ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ ସୂଚନା । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ଗ୍ରାଉଣ୍ଡରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ ଏଭଳି ଘୋଷଣା କରିଛନ୍ତି ।ପ୍ରଭାତୀଙ୍କ ସୂଚନାନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ମିିଳିବ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଅର୍ଥାତ ଯେଉଁମାନଙ୍କୁ ବର୍ତ୍ତମାନ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନଙ୍କୁ ଏକାସହ ୨ଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ମିଳିବ । ଯେଉଁମାନେ ଏହି ଯୋଜନାରେ ପଞ୍ଜିକୃତ ହୋଇ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଖୁବଶୀଘ୍ର ଏହି ଟଙ୍କା ପ୍ରଦାନ କରାଯିବ । ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ।ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା।
ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି। ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ।ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ।ବେ ନୂଆ କରି ଆବେଦନ କରି ହେବ ନାହିଁ। ପୋର୍ଟାଲ ଭେରିଫିକେଶନ ଅନୁସାରେ ଏକ କୋଟିରୁ ଅଧିକ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି । ଦୁଇଟି ଯାକ କିସ୍ତି ପାଇଛନ୍ତି ହିତାଧିକାରୀ ।