ନୂଆ ପାଞ୍ଜିରେ ରାଜନୀତିକ ଅନୁମାନ । ଶାସକ ଦଳ ଓ ବିରୋଧୀଙ୍କୁ ନେଇ ସଙ୍କେତ । ପ୍ରାକୃତିକ ବିପର୍ଯ୍ୟୟ, ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ ଦଳର ପରିବର୍ତ୍ତନ ଓ ଭାରତର ବୈଦେଶିକ ସମ୍ପର୍କ ବାବଦରେ ରହିଛି ଏଭଳି ତଥ୍ୟ |ନୂତନ ପାଞ୍ଜିକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା ରାଜ୍ୟର କୃଷି ଓ ପାଣିପାଗ ।ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାର ଗଣନା କରିଛନ୍ତି । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଅନୁରୂପ ଭାବେ ମଙ୍ଗଳଙ୍କ ଅବସ୍ଥିତି ଯୋଗୁଁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅବିଶ୍ଵାସର ବାତାବରଣ ସୃଷ୍ଟି ହେବ ।ପାଞ୍ଜି କହୁଛି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ହୋଇପାରେ ବାତ୍ୟା।
ମାନେ ଆଶ୍ବିନ ଓ କାର୍ତ୍ତିକ ମାସ ଓଡ଼ିଶା ପାଇଁ ସଂକଟ ନେଇ ଆସିପାରେ। ସେହିପରି ୨୦୨୬ ମସିହା ଜାନୁଆରୀରୁ ମାର୍ଚ୍ଚ ଭିତରେ ଭୂକମ୍ପ ଆଶଂକା ବି ରହିଛି।ଚଳିତ ବର୍ଷ ହନୁମାନଙ୍କ ଲାଞ୍ଜରେ ଅଗ୍ନୀ।ତେଣୁ ଜଙ୍ଗଲ ନିଆଁ ବଢିବ ଏବଂ ଖରା ମଧ୍ୟ ଅଧିକ ହେବା ଆକଳନ କରାଯାଉଛି। ସ୍ବାସ୍ଥ୍ୟ କଥା ଦେଖିବାକୁ ଗଲେ ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ଭୟାବହ ସ୍ଥିତି ନହେଲେ ବି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ, ଲୋକେ ହନ୍ତସନ୍ତ ହେବେ ।ତେବେ ଜନସାଧାରଣଙ୍କ ପାଇଁ ସରକାର କୋହଳ ହେବେ।ହେଲେ ଆଇନ ବ୍ଯବସ୍ଥାକୁ କଠୋର କରିବାକୁ ସରକାର ପଛାଇବେ ନାହିଁ। ସେପଟେ ରାଜ୍ୟରେ କୃଷି ଉତ୍ପାଦନ ହ୍ରାସ ହେବା ସମ୍ଭାବନା ରହିଛି। ତେବେ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଦେଶରେ ଅର୍ଥ ବ୍ୟବସ୍ଥାରେ ବି ଉନ୍ନତି ହେବ।