ଆଜି ଶିଶୁ ଶ୍ରମିକ ନିରୋଧ ଦିବସ

ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର ବିଡମ୍ବନାର ବିଷୟ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି।

ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରଥମେ ଶିଶୁ ଶ୍ରମିକ ପ୍ରଥା ରୋକିବା ପ୍ରସଙ୍ଗ ଉଠାଇଥିଲେ। ୨୦୦୨ରେ ଏନେଇ ସର୍ବସମ୍ମତି କ୍ରମେ ଏକ ଆଇନ ପାରିତ ହେଲା। ଯେଉଁଥିରେ ୧୪ ବର୍ଷରୁ କମ ପିଲାଙ୍କୁ ଶିଶୁ ଶ୍ରମ ଏକ ଅପରାଧ ବୋଲି କୁହାଯାଇଥିଲା। ମାତ୍ର ଏବେ ବି ପିଲାମାନେ ହୋଟେଲ, ଇଟାଭାଟି, ଫ୍ୟାକ୍ଟ୍ରି ରେ କାମ କରୁଥିବା ଦେଖିବାକୁ ମିଳୁଛି। ଏହି ଶିଶୁ ଶ୍ରମିକ ଧାରା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି ସକାଶେ ୨୦୦୨ରୁ ଜୁନ ୧୨କୁ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital