ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ଯାଞ୍ଚ ବି ଆବଶ୍ୟକ। AC ପାଇଁ ସକାଳ ୧୦ରୁ ୧୦. ୩୦ ଓ ନନ୍-ଏସି ଶ୍ରେଣୀ ପାଇଁ ୧୧ ଟା ୧୧ଟା ୩୦ ମଧ୍ୟରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ । IRCTC ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ। କନଫର୍ମ ତତ୍କାଳ ଟିକେଟ୍ ବାତିଲ କରିବାରେ କୌଣସି ରିଫଣ୍ଡ ମିଳିବ ନାହିଁ। ଯଦି ଟ୍ରେନ୍ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ, ଅନ୍ୟ ରୁଟରେ ଚାଲେ ତେବେ ସଂପୂର୍ଣ୍ଣ ରିଫଣ୍ଡ ମିଳିପାରେ। ସେହିପରି ଗୋଟିଏ PNRରେ ସର୍ବାଧିକ ୪ ଜଣ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ। ଆଧାର ବ୍ୟତୀତ ଅନ୍ୟ ପରିଚୟ ପତ୍ର ଯଥା ଭୋଟର ଆଇଡି, ପାନ୍ କାର୍ଡ, ପାସପୋର୍ଟ ମଧ୍ୟ ଯାତ୍ରା ସମୟରେ ବୈଧ ହେବ।
