ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି-ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ।

ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । ଯାଜପୁରରୁ ଆରମ୍ଭ ହୋଇ ଅନ୍ୟ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି ରୋଗ ।

ବର୍ତ୍ତମାନ ୭ରୁ ଅଧିକ ଜିଲ୍ଳାରେ ଝାଡ଼ାବାନ୍ତି ରୋଗୀ ଦେଖିବାକୁ ମିଳିଲେଣି । ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ହଇଜା ରୋଗକୁ ଦୂର କରିବା ପାଇଁ ବାହାର ଖାଦ୍ୟ ଖାଇବା ବନ୍ଦ କରିବା ଜରୁରୀ । ସବୁବେଳେ ଫୁଟା ପାଣି ପିଇବା ଆବଶ୍ୟକ ।ଅନ୍ୟପଟେ ଡାଇରିଆ ଓ କଲେରା କାହିଁକି ବ୍ୟାପୁଛି ତା’ର କାରଣ କହିଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଏହା ବ୍ୟାପିବାରେ ଲାଗିଛି ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ

kc ads