ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ। ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍‌’ ।

ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ।ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍‌’ । ଏଭଳି ଏକ ଭିଜନ ରଖି ରାଜ୍ୟ ସରକାର ଏବେ କାମ ଆରମ୍ଭ କରିଛନ୍ତି। ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିବାରୁ ଦେଶର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାଜ୍ୟ । ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତିକୁ କିଭଳି ମଜଭୁତ କରାଯିବ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସମୁଦ୍ରରୁ ଉତ୍ପାଦନ ହେଉଥିବା ଚିଙ୍ଗୁଡ଼ି ସମେତ ସାମୁଦ୍ରିକ ଓ ମଧୁର ଜଳ ମାଛ ଉତ୍ପାଦନ ବଢ଼ାଯିବ । ଏବେ ବାର୍ଷିକ ୪ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେଉଛି । ୨୦୨୯ରେ ୧୦ କୋଟି ଓ ୨୦୩୬ରେ ୨୫ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେବ । ସେହିପରି ଏବେ ରାଜ୍ୟରେ ୨୮ଟି ଚିଙ୍ଗୁଡ଼ି ହାଚେରୀ ଅଛି । ୨୦୨୯ରେ ୪୨ ଓ ୨୦୩୬ରେ ୭୩ଟି ହାଚେରୀ ନିର୍ମାଣ ହେବ । ରାଜ୍ୟରେ ୨୦୩୬ ସୁଦ୍ଧା ୩ଟି ଗଭୀର ସମୁଦ୍ର ମାଛଧରା ବନ୍ଦର ସହ ୧୧୫ଟି ମାଛଧରା ବନ୍ଦର ଏବଂ ଅବତରଣ କେନ୍ଦ୍ର ପ୍ରତିଷ୍ଠା ହେବ । ଗୋପାଳପୁରରେ ପ୍ରଥମ ଗଭୀର ସମୁଦ୍ର ମାଛଧରା ବନ୍ଦର ଓ ଅସ୍ତରଙ୍ଗ, ଚୁଡ଼ାମଣି, ଗୋପାଳପୁର ଓ ବାହାବଳପୁରରେ ମାଛଧରା ବନ୍ଦର ରହିବ । ଏହି ଯୋଜନା ଯଦି ସଫଳ ହୁଏ ତେବେ ଓଡ଼ିଶା ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନୀରେ ଶ୍ରେଷ୍ଠ ୨ରାଜ୍ୟ ମଧ୍ୟରେ ସ୍ଥାନ ପାଇବ । ଏଥିସହ ମଧୁରଜଳ ସାମୁଦ୍ରିକ ଖାଦ୍ୟ ପ୍ରଜାତିରୁ ଉତ୍ପାଦନ ଓ ରପ୍ତାନୀ ପାଇଁ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ରହିବ ।

ଅଧିକ ପଢନ୍ତୁ

kc ads