ଗଣଦୁଷ୍କର୍ମର ଶିକାର ହେଲେ ଆଇନ ଛାତ୍ରୀ

କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କ ସହ ହୋଇଥିବା ବର୍ବରତା ମନରୁ ନ ଲିଭୁଣୁ ପୁଣି ଥରେ ସେଠାରେ ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସହ ବର୍ବରତା ଘଟଣା ସାମ୍ନାକୁ ଆସିଛି। ସହରର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବ ଛାତ୍ର ଯିଏ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ଜିଲ୍ଲା ମହାସଚିବ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଯାଞ୍ଚ କରୁଥିବା କହିଛି ।ପୋଲିସ ସୂତ୍ରରୁ ଜଣାପଡିଛି ଯେ ପୀଡିତା ଟାଉନ ଥାନାରେ ପହଞ୍ଚିଥିଲେ। ସେ କଲେଜର ଦୁଇ କର୍ମଚାରୀ ଏବଂ ଜଣେ ପୂର୍ବତନ ଛାତ୍ରୀଙ୍କ ବିରୋଧରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ତାଙ୍କୁ ନ୍ୟାଶନାଲ ମେଡିକାଲ କଲେଜରେ ପରୀକ୍ଷା କରାଯାଇଛି।ପୀଡିତାଙ୍କ କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଏହାକୁ ଛାତ୍ରୀ ପ୍ରତ୍ୟାଖ୍ୟାନ କରିବାରୁ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital