ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ । ଏବେ ମୋଟ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଛି । ବାମ ପାଶ୍ୱର୍ର ୫ଟି ଓ ଡାହାଣ ପାଶ୍ୱର୍ର ୩ଟି ସ୍ଲୁଇସ ଗେଟ ଖୋଲା ରହିଛି ।ଅପରପକ୍ଷରେ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାରର ପ୍ରବେଶ କରୁଛି। ଖଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ।

ଅଧିକ ପଢନ୍ତୁ

Odisha Darpan Digital