ରାୟଗଡ଼ ଜିଲ୍ଲା ଗୁଡାରି ବ୍ଲକ ଅଧକ୍ଷା ପ୍ରଥମେ ବିଜେଡି ହାତରେ ରହିଥିଲା . ହେଲେ ପରବର୍ତ୍ତୀ ସମୟରେ ଦୀର୍ଘ ଏକ ବର୍ଷ ପୂର୍ବରୁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ସମର୍ଥନ ରେ ନିଜ କବ୍ଜାକୁ ନେଇଥିଲା କଂଗ୍ରେସ . ଏବେ ପୁଣି ବିଜେଡି ହାତକୁ ଚାଲିଯିବା ନେଇ ବାଟ ଫିଟିଛି .
କଂଗ୍ରେସ ସମର୍ଥିତ ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଙ୍କ ବିରୋଧ ରେ ଅନାସ୍ଥା ଆଣିଲେ ବିଜେଡି ସମର୍ଥିତ ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ଶବର ଓ ଅନ୍ୟ ପଂଚାୟତ ପ୍ରତିନିଧି . ପରବର୍ତୀ ସମୟରେ ଆଜି ଗୁରବାରରେ ଅନାସ୍ଥା ଭୋଟର ସମ୍ମୁଖୀନ ହେଲେ କଂଗ୍ରେସ ସମର୍ଥିତ ବ୍ଲକ ଅଧ୍ୟକ୍ଷା ଲଷ୍ମୀ ଶବର l ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ହୋଇଥିଲା ଅନାସ୍ଥା ଭୋଟ କିନ୍ତୁ ଉଭୟ ସଂସଦ ଓ ବିଧାନସଭା କ୍ଷେତ୍ର କଂଗ୍ରେସ ହାତରେ ରଥିଲେ ହେଁ ଅନାସ୍ଥା କୁ ରୋକିପାରିଲେନି ସଂସଦ ,ବିଧାୟକ କିମ୍ବ ଡ଼ିସିସି ସଭାପତି l
9 ଟି ପଂଚାୟତ ବିଶିଷ୍ଠ ଗୁଡ଼ାରୀ ବ୍ଲକର ମୋଟ 18 ଜଣ ସମିତି ସଭ୍ୟ ଓ ସରପଞ୍ଚ ରହିଛନ୍ତି l ସେଥି ମଧ୍ୟରୁ 8 ଗୋଟି ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥାରେ ଭୋଟ ଦାନ କରିଥିଲେ l ତେବେ ଅନସ୍ଥା ନିର୍ବାଚନ ଶେଷ ହୋଈଥିଲେ ମଧ୍ୟ ଫଳାଫଳ ଘୋଷଣା ନ କରିବା ପାଇଁ ହାଇକୋର୍ଟ ରୁ ରହିତା ଦେଶ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ଲଷ୍ମୀ ଶବର l ଯାହା ଫଳରେ କେତେ ଗୋଟି ଭୋଟ ଅନାସ୍ଥା ସପକ୍ଷରେ ଓ ବିପକ୍ଷ ରେ ଯାଇଛି ତାହା ଅସ୍ପଷ୍ଟ ହୋଇରହିଛି । ହାଇକୋର୍ଟଙ୍କ ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଘୋଷଣା ହୋଇ ପାରିବନି ବୋଲି ନିର୍ବାଚନ ଅଧିକାରୀ ଏ ସ୍ନେହଲତା ପ୍ରକାଶ କରିଛନ୍ତି l
ସୂଚନା ମୁତାବକ ଗତ 18 ଜୁନ 2025ରେ ଗୁଡ଼ାର ବ୍ଲକର 14 ଜଣ ସରପଞ୍ଚ ଓ ସମିତିସଭ୍ୟ ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ଆଗତ କରିବା ପାଇଁ ଗୁଣୁପୁର ଉପଜ଼ିଲ୍ଲାପାଳ ଙ୍କ ନିକଟରେ ଫେରାଦ ହୋଇଥିଲେ l ଉପ ଜ଼ିଲ୍ଲାପାଳ ସମସ୍ତ ଦସ୍ତଖତ ଯାଞ୍ଚ କରି ତା ୨୪ /୦୭ /୨୦୨୫ ରିଖ କୁ ନିର୍ବାଚନ ତାରିଖ ଘୋଷଣା କରିଥିଲେ l ତେବେ ନିର୍ବାଚନ ଅଧିକାରୀ ଭାବେ ଗୁଡ଼ାରୀ ତହସିଲଦାର ଏ ସ୍ନେହଲତା ନିର୍ବାଚନ ପରିଚାଳନା କରିଥିବା ବେଳେ ମାଜିଷ୍ଟ୍ରେଟ ଭାବେ ଗୁଡ଼ାରୀ ଏନଏସି କାର୍ୟ୍ଯ ନିର୍ବାହୀ ଅଧିକାରୀ ପ୍ରସନ୍ନ ପାଢ଼ୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ l ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଏବଂ ଗୁଡ଼ାରୀ ଆଇଆଇସି ସମର୍ପିତା ସ୍ବାଇଁ ଙ୍କ ସହ 1 ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ l ଭୋଟ ଗ୍ରହଣ ପରେ ଅଧକ୍ଷା ଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇ ରହିଛି। ଅନାସ୍ଥା ରେ ଯିବେ ନା ରହିବେ ତାହା ପରବର୍ତୀ ସମୟ କହିବ। ହେଲେ ଅନାସ୍ଥା ରେ କଂଗ୍ରେସ ର ପୁରୁଖା ନେତା ଶ୍ରୀ ରଖୁ ପାତ୍ରଙ୍କ ଭୂମିକା ଦେଖିବାକୁ ମିଳିଥିଲା .ଶ୍ରୀପାତ୍ରଙ୍କ ଅସନ୍ତୋଷ ଓ ତାଙ୍କୁ ଅଣଦେଖା ଆଜି କଂଗ୍ରେସ କୁ ମାହଙ୍ଗା ପଡିଲା ବୋଲି ରାଜନୈତକ ମହଲ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି .
