ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା ତିନିବର୍ଷ

ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୩ ବର୍ଷ ପୂର୍ତ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ବସି ରଚିଛନ୍ତି ଇତିହାସ । ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ପାଇଛନ୍ତି ଆଖ୍ୟା ।ସେ ସକ୍ରିୟତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହାରି ଭିତରେ ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ତିନି ବର୍ଷ ପୂରଣ ହୋଇଛି ।ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି , ବିଧାୟିକାରୁ ମନ୍ତ୍ରୀ ପରେ ମନ୍ତ୍ରୀରୁ ରାଜ୍ୟପାଳ ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି । ଏମିତି ଥିଲା ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରା । ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଦ୍ରୌପଦୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ବିଏ ପାସ୍ କରିଥିବା ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ହୋଇଥିଲେ। ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଇରଙ୍ଗପୁର ଆସନରୁ ସେ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ । ରାଷ୍ଟ୍ରପତି ପୂର୍ବରୁ ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ରୂପରେ କାମ କରିଥିଲେ । ୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁରର ଉପରବେଡ଼ା ଗ୍ରାମରେ ଏକ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅଧିକ ପଢନ୍ତୁ