କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ଅଳ୍ପକେ ବର୍ତ୍ତିଗଲେ ବିଡ଼ିଓ

କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ନଈରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। କଟକ ସଦର ବିଡ଼ିଓ ପ୍ରତୀକ ସାହୁ ଓ ସ୍ତ୍ରୀ ପୁରୀ, କୋଣାର୍କ ବୁଲିଯିବାକୁ ଆସିଥିଲେ। କୋଣାର୍କରୁ ୧୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ହୋଟେଲକୁ ଖାଇବାକୁ ଯାଉଥିଲେ। ସେଠାରେ ଗାଡିକୁ ପାର୍କିଂରେ ରଖିବା ପାଇଁ ଵୁଲାଇବା ବେଳେ କୁଶଭଦ୍ରା ନଦୀରେ ଖସି ପଡ଼ିଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା କୋଣାର୍କ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଵସ୍ଥା ଗୁରୁତର ହେବାରୁ ପୁରୀର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital