ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତା ଅଗଷ୍ଟ ୯ ‘ରାକ୍ଷୀ ପୂର୍ଣ୍ଣିମା’ରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଜୟପୁରରୁ କୋଟିଏରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଲୋକଙ୍କ ଫିଡବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପାଇଁ ସର୍ଭେ କରାଯାଉଥିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ, ସେମାନେ ଏ ଯୋଜନାରେ ଆବେଦନ କରିପାରିବେ । ତେବେ ଯେଉଁ ହିତାଧିକାରୀମାନଙ୍କୁ ୬୦ ବର୍ଷ ଛୁଇଁଛି ସେମାନଙ୍କୁ ସିଧାସଳଖ ଭତ୍ତାରେ ଯୋଡ଼ାଯିବ । ପ୍ରାୟ ୯୩ ହଜାର ମହିଳା ସୁଭଦ୍ରାରୁ ବଞ୍ଚିତ ହେଲେ ମଧ୍ୟ ଭତ୍ତାରେ ଯୋଡ଼ି ହେବେ ।

ଅଧିକ ପଢନ୍ତୁ

Odisha Darpan Digital