ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଚୀନ ଗସ୍ତରେ ଯିବେ । ସଂଘାଇ କର୍ପୋରେସନ ସଂଗଠନ (ଏସସିଓ) ବୈଠକରେ ଯୋଗ ହେବା ପାଇଁ ଅଗଷ୍ଟ ୩୧ରୁ ସେପ୍ଟେମ୍ୱର ୧ ଯାଏ ଚୀନ ଗସ୍ତ କରିବେ । ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ । ଶେଷ ଥର ପାଇଁ ସେ ୨୦୧୯ରେ ଚୀନ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩୦ରେ ଜାପାନ ଗସ୍ତ କରିବେ । ସେଠାରେ ସେ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେବେ ।ଏହା ପରେ ଶିଖର ସମ୍ମେଳନରେ ସୁରକ୍ଷା, ଆତଙ୍କବାଦ, ବ୍ୟାପାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ବାଣିଜ୍ୟ, ରାଷ୍ଟ୍ରୀୟ ସୀମା ଏବଂ ଦେଶ ସୁରକ୍ଷା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଏସସିଓ ମେମ୍ବରମାନେ ଆଲୋଚନା କରିବେ । ଏଭଳିସ୍ଥିତିରେ ମୋଦିଙ୍କ ଚାଇନା ଗସ୍ତ ଲୋକଙ୍କ ମନରେ ଅନେକ ଆଶା, ଆଶଙ୍କା ସୃଷ୍ଟି କରୁଛି । ୨୦୨୪ରେ କାଜାନଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ।
