ପୁଣି ଖାକିରେ ଦାଗ ଏକ ଲୁଟ ମାମଲାରେ ୩ ହୋମ ଗାର୍ଡ ସମେତ ୭ ଗିରଫ

ରାୟଗଡ଼ା ତା ୦୨/୦୯ (ନିପ୍ର) ଖାକି ରେ ଦାଗ, ବ୍ୟବସାୟଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟ୍ ମାମଲାରେ ତିନି ହୋମହାର୍ଡ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାସହ ୨ ଲକ୍ଷ ୮୩ ହଜାର ଟଙ୍କା ଜବତ କରିଛି ରାୟଗଡ଼ା ଟାଉନ ଥାନା ପୋଲିସ। ଏହି ଘଟଣାରେ ସମୁଦାୟ ୯ ଜଣଙ୍କ ସଂପୃକ୍ତି ଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହାସହ ଏହି ଲୁଟରେ ବ୍ୟବହୃତ ୬ ତି ମୋବାଇଲ ଫୋନ, ଏକ ବୋଲେର ନମ୍ୱର୍ ଓଆର ୦୨ଡିପି ୩୨୫୭ ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ସୂଚନା ଦେଇଛନ୍ତି । ତିନି ଜଣ ହୋମଗାର୍ଡ ଙ୍କ ସମେତ ଜଣେ ମହିଳା ଓ ଅନ୍ଯ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ କଲ୍ୟାଣସିଂହପୁର ଓ ବିଷମକଟକ ଥାନାର ତିନି ହୋମଗାର୍ଡ ଇନ୍ଦ୍ରମଣି କରକରିଆ, ତାମନା ପ୍ରାସ୍କା ଓ ଦିଲିପ ଗରଡିଆ ଏହା ସହ ଜଣେ ମହିଳା ରାଧିକା ହାଲୱା ଓରଫ ସୁନୀତା, ପାଲି ଗାଁ ର ହୀରା ନାଏକ ଗରଡ଼ିଆ, ଟିକିରି ତୋଟାଗୁଡା ବାସିନ୍ଦା ସିମାଞ୍ଚଳ ମାଝୀ, କେ ସିଂହପୁର ବଡ଼ ଦୁଆର ସାହିର ମୁକେଶ ନାଗଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ୍ । ସୂଚନା ମୁତାବକ ଗତକାଲି ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡି ନାମକ ଜଣେ ବ୍ଯବସାୟୀ କଳା ହଳଦି କ୍ରୟ କରିବା ପାଇଁ ଆସିଥିଲେ। ତେବେ ରାୟଗଡା ଜିଲ୍ଲା ରାଫକଣା ଛକରେ ବ୍ୟବସାୟୀ ଜଣକୁ ପୋଲିସର ଭୟ ଦେଖାଇଥିଲେ। ପରେ ତାଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ। ତେବେ ଏନେଇ ବ୍ୟବସାୟୀ ଉମା ରେଡି ରାୟଗଡ଼ା ଟାଉନଥାନା ରେ ଅଭିଯୋଗ କରିବା ପରେ ତଦନ୍ତ କରିଥିଲା । ଏହିଁ ଘଟଣାକୁ ନେଇ ଆଜି ରାୟଗଡ଼ା ସଦର ଥାନାରେ ଏକ ପ୍ରେସମିଟ କରି ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ ଧର ସୂଚନା ଦେଇଛନ୍ତି ଏହି ପ୍ରେସ ମିଟ ରେ ରାୟଗଡ଼ା ଏସ୍ ଡି ପି ଓ ଗୌର ହରି ସାହୁ ଓ ରାୟଗଡ଼ା ସଦର ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ଉପସ୍ଥିତ ଥିଲେ। ଏହି ଘଟଣାରେ ଆହୁରି କିଛି ଲୋକ ସଂପୃକ୍ତି ଥିବା କହିଥିବା ବେଳେ ଏନେଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ