ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ପୀଡିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଛି । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । ପରେ ଦୁହେଁ ସମୁଦ୍ର କୂଳକୁ ଯାଇଥିଲେ । ସେମାନେ ଜଙ୍ଗଲରେ ବସି କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ପହଞ୍ଚି ଉଭୟଙ୍କୁ ବ୍ଲାକମେଲିଂ କରିଥିଲେ । ଏହା ସହିତ ସେମାନଙ୍କଠାରୁ ୨ ହଜାର ଟଙ୍କା ଛଡାଇ ନେଇଥିଲେ।ଏହାପରେ ସେମାନେ ପୀଡିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀକୁ ଦୁଷ୍କର୍ମ କରିଥିଲେ । ସେଠାରୁ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ କୌଣସି ପ୍ରକାର ହରଚଣ୍ଡୀ ପୀଠ ନିକଟକୁ ଆସିବା ପରେ ଉଭୟ କାଳିଆ ଓ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗକୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ଛାତ୍ରୀ ଓ ପୁରୁଷବନ୍ଧୁ ଆହତ ହୋଇଥିଲେ। ଏନେଇ ଗତକାଲି ନିକଟସ୍ଥ ପୀଡିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ପୋଲିସ ଗିରଫ କରିଛି । ମୋଟ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
