ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି  

ସ୍ୱାମୀ- ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ଦୁଇ ବର୍ଷ ଅଧିକାରୀଙ୍କ ପାଇଁ ନିୟମ କୋହଳ ହୋଇଛି । ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ । କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ପ୍ରସ୍ତୁତ ହୋଇଛି । ତେବେ ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ, ଏବଂ ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ।

ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲାକୁ ବଦଳି ହୋଇପାରିବେ। ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଶିକ୍ଷକମାନେ ଏହି ଜିଲାଗୁଡ଼ିକରେ ନିଯୁକ୍ତ ହେବେ।

ଅଧିକ ପଢନ୍ତୁ

Odisha Darpan Digital