ଟ୍ରମ୍ପ ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ‘H-1B’ ଭିସା ନିୟମରେ ପରିବର୍ତ୍ତନ କଲା ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ସେପ୍ଟେମ୍ବର ୧୯, ୨୦୨୫)ରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିଛନ୍ତି ଯାହା ଦ୍ୱାରା ନୂଆ H-1B ଭିଜା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରାଯିବ, ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିଜା ପାଇଁ ଆବେଦନ କରିବାକୁ ହେଲେ ୮୮ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ପଦକ୍ଷେପ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ, କାରଣ ସେମାନେ ସର୍ବାଧିକ ସଂଖ୍ୟକ ହିତାଧିକାରୀଙ୍କ ପ୍ରତିନିଧିତ୍ୱ କରନ୍ତି।ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ସର୍ବାଧିକ ୭୧% H-1B ଭିସା ପ୍ରାପ୍ତକାରୀ ଅଛନ୍ତି, ଏହା ପରେ ଚୀନ୍‌ର ୧୧.୭% ରହିଛନ୍ତି । H-1B ଭିସା ସାଧାରଣତଃ ୩ରୁ ୬ ବର୍ଷ ପାଇଁ ପ୍ରଦାନ କରାଯାଏ । ଆମେରିକା ଲଟେରୀ ସିଷ୍ଟମ ମାଧ୍ୟମରେ ବାର୍ଷିକ ୮୫,୦୦୦ H-1B ଭିସା ପ୍ରଦାନ କରେ । ଏହି ବର୍ଷ, Amazonର ସର୍ବାଧିକ ସଂଖ୍ୟକ କର୍ମଚାରୀ ଭିସା ପାଇଛନ୍ତି । ପ୍ରାୟ ୧୦,୦୦୦ ରୁ ଅଧିକ ରହିଛି । ଏହା ପରେ ଟାଟା କନସୋଲଟାନ୍ସି ବା ଟିସିଏସ୍‌ , ମାଇକ୍ରୋସଫ୍ଟ, ଆପେଲ ଏବଂ ଗୁଗୁଲ୍ ରହିଛି । ୟୁଏସସିଆଇଏସ ଅନୁଯାୟୀ କାର୍ଲିଫର୍ଣ୍ଣିଆରେ ସର୍ବାଧିକ H-1B ଭିସାଧାରୀ କର୍ମଚାରୀ ଅଛନ୍ତି ।ବର୍ତ୍ତମାନ ପ୍ରଶ୍ନ ହେଉଛି, ଆମେରିକାର ଏହି ନୂତନ ନିୟମ କାହା ପାଇଁ ? ଏହାର ଅଧିକ ପ୍ରଭାବ କାହା ଉପରେ ପଡ଼ିବ, କ’ଣ ଭାରତୀୟ ଇଞ୍ଜିନିୟରମାନଙ୍କୁ ମଧ୍ୟ ଝଟକା ଲାଗିବ? ଏହା ହଜାର ହଜାର କୁଶଳି ବିଦେଶୀ ଶ୍ରମିକଙ୍କୁ ପ୍ରଭାବିତ କରିବାର ଆଶା କରାଯାଉଛି, ଯେଉଁମାନେ ଆମେରିକାରେ H-1B ଭିସାଧାରୀଙ୍କ ସର୍ବବୃହତ ଅଂଶ । ଏହାର ସବୁଠାରୁ ଖରାପ ପ୍ରଭାବ ଭାରତୀୟ ବୃତ୍ତିଗତମାନଙ୍କ ଉପରେ ପଡ଼ିବ ।

ଅଧିକ ପଢନ୍ତୁ

Odisha Darpan Digital