ହତ୍ୟାର ୧୧ ଦିନ ପରେ ମିଳିଲା ମଡେଲ ଦିବ୍ୟାଙ୍କ ମୃତଦେହ

ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ପୁଲିସ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି |ଦିବ୍ୟାଙ୍କ ଶରୀରରେ ଥିବା ଏକ ଟାଟୁ ଦ୍ୱାରା ତାଙ୍କ ମୃତ ଶରୀରକୁ ଚିହ୍ନଟ କରାଯାଇଛି। କେନାଲରୁ ମୃତଦେହ କାଢିବା ପରେ ପୋଲିସ ଏହାର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇବା ପରେ ସେମାନେ ମୃତଦେହକୁ ଚିହ୍ନଟ କରିଥିଲେ।ମୃତଦେହ ଖୋଜିବାକୁ ଏନଡିଆରଏଫର ୨୫ ଜଣିଆ ଏକ ଟିମ୍ ପଟିଆଲା ଯାଇଥିଲା। ପଞ୍ଜାବରୁ ହରିୟାଣା ପର୍ଯ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ହେଲେ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି। କିନ୍ତୁ ପୋଲିସ ସୂଚନା ଅନୁସାରେ ମୃତଦେହକୁ ପଞ୍ଜାବର ଏକ କେନାଲରେ ଫୋପାଡିଦିଆଯିବା ପରେ ତାହା ଭାସିଆସି ହରିଆଣାରେ ପହଞ୍ଚିଥିଲା। ତେବେ ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି।

ସୂଚନା ଥାଉକି, କିଛି ଦିନ ପୂର୍ବେ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସ ହୋଇଥିଲା । ଅଭିଯୁକ୍ତ ବଲରାଜଙ୍କୁ ପୁଲିସ ଗିରଫ କରିବା ପରେ ଦିବ୍ୟାଙ୍କ ମୃତଦେହକୁ କେନାଲରେ ଫିଙ୍ଗା ଯାଇଥିବା ନେଇ ସୂଚନା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ବଲରାଜ ଗିଲ୍‌ଙ୍କୁ ପୁଲିସ ଗୁରୁବାର ଦିନ ପଶ୍ଚିମବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା ।

ଅଧିକ ପଢନ୍ତୁ