ସରିଲା ଐତିହାସିକ ବାଲିଯାତ୍ରା 2025 । ପ୍ରତିବର୍ଷ ପରି ଏଥର ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାଲିଯାତ୍ରା ମହୋତ୍ସବ । ଏହି ଅବସରରେ ବଲିଉଡରୁ ଓଲିଉଡ ଗାୟିକା ଓ ତାରକା ନିଜ ପରଫର୍ମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଗା ଭଜନ ‘ମନୁଆ କାଳିଆ’ରୁ ଶ୍ରେୟା ନିଜ ପରଫର୍ମ ଆରମ୍ଭ କରିଥିଲେ । ଗୀତ ଗାଇବା ସମୟରେ ସେ ନିଜ ଜୋତା ବାହାର କରି ସମ୍ମାନର ସହ ଏହି ଗୀତ ଗାଇଥିଲେ । ଯାହା ଲୋକଙ୍କ ମନ ଜିତିଛି । ଏହା ପରେ ସେ ହିଟ୍ ଗୀତ ‘ପୁଷ୍ପା’ର ‘ସାମୀ ସାମୀ’ଗାଇଥିଲେ । ଯାହାର ତାଳେ ତାଳେ ଝୁମିଥିଲେ ଦର୍ଶକ । ଏହା ପରେ ସେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ଫିଲ୍ମ ‘ସିଙ୍ଗ ଇଜ କିଙ୍ଗ’ ଗୀତ ‘ତେରି ଔର’, ରଣଭୀର ଓ ଦୀପିକାଙ୍କ ‘ବାଜିରାଓ ମସ୍ତାନୀ’ର ଗୀତ ‘ଦିୱାନୀ ମସ୍ତାନୀ’ ଗାଇ ଲୋକଙ୍କୁ ମତୁଆଲା କରିଥିଲେ ।
