ରେଡ୍‌ ଫ୍ଲାଗ୍‌ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ।ସୂଚନାମୁତାବକ ମଙ୍ଗଳବାର ଦିନ ଭଦ୍ରକ ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ସଂଧ୍ୟା ସମୟରେ ନାବାଳିକାଙ୍କ ମୃତଦେହ ଏକ ବୁଦାରୁ ଠାବ କରାଯାଇଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କହିଥିଲେ । ଶେଷରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା । ଜଗତସିଂହପୁରର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କିଛି ସାଥୀଙ୍କୁ ବାନ୍ଧିଥିଲା ।

ଅଧିକ ପଢନ୍ତୁ