କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନା। ତେବେ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଥିମ ଥିଲା ସଏଲ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ। ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଦେଖିବାକୁ ମିଳିଥିଲା ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର ଚିପ୍, କୋରାପୁଟ କଫି, କୋଣାର୍କର ସୂର୍ଯ୍ୟମନ୍ଦିର, ପଟଚିତ୍ର ଓ ତାରକଶୀ କାମ ।ଏହାସହ ପଟ୍ଟଚିତ୍ର ଓ ତାରକସି କାମକୁ ପ୍ରଜ୍ଞାପନ ମେଢ଼ରେ ଦେଖାଯାଇଛି।

ଅଧିକ ପଢନ୍ତୁ