ରାୟଗଡ଼ା ତା ୦୪/୦୫ (ନିପ୍ର) ରାୟଗଡ଼ ଜିଲ୍ଲା କାଶୀପୁର ବ୍ଳକ ପାଈଁ ଦଶମ ବୋର୍ଡ଼ ପରୀକ୍ଷାରେ ବ୍ଲକରେ ଶୀର୍ଷ ସ୍ଥାନରେ ରହି ଗର୍ବ ଆଣିଛନ୍ତି କାଶୀପୁର ର ଭାସ୍କର ଦାଶ ଓ ସୁନୀତା ଦାଶଙ୍କ ଝିଅ ସୁନୟନା ଦାଶ । ସେ କାଶୀପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପାଠ ପଢୁଥିବା ବେଳେ ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷାରେ ସମୁଦାୟ ୬୦୦ ମାର୍କ ରୁ ୫୨୮ ମାର୍କ ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ସୁନୟନା ତାଙ୍କର ଏହି ଶ୍ରେଷ୍ଠ କୃତିତ୍ୱର ଶ୍ରେୟ ତାଙ୍କ ମାଆ , ବାପାଙ୍କୁ ଦେବା ସହ ଟ୍ୟୁସନ୍ ଶିକ୍ଷକ ନବ କିଶୋର ଚମ୍ପତ୍ତିରାୟଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ତାଙ୍କର ଦୃଢ଼ ମନୋବଳ ସହ ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି । ସୁନୟନା ନିଜରଶାନ୍ତ ଓ ସରଳ ସ୍ୱଭାବ ପାଇଁ ବିଦ୍ୟାଳୟରେ ସର୍ବଦା ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କର ବିଦ୍ୟାଳୟର ଗୁରୁମା ଗୁରୁଜୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ଉପାନ୍ତ କାଶୀପୁର ଭଳି ବ୍ଲକରେ ୮୮ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ କାଶୀପୁର ବ୍ଲକର ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ଙ୍କ ତରଫରୁ ଶୁଭେଛା ବାର୍ତ୍ତା ର ଦୁଆ ଛୁଟୁଛି । ଏ ନେଇ ତାଙ୍କ ମାଆ ସୁନୀତା ଦାଶ କହିଛନ୍ତି ଯେ ତାଙ୍କ ଝିଅ ଭଲ ପାଠ ପଢ଼ି ଆଗକୁ ଆହୁରି ଉନ୍ନତି କରିବା ସହ ଭବିଷ୍ୟତରେ ସଫଳତା ଆଣି ବ୍ଲକ ତଥା ଜିଲ୍ଲାକୁ ଗୌରବାନ୍ୱିତ କରୁ।ଏହା ସହ ସୁନୟନା ଭବିଷ୍ୟତରେ ପାଠ ପଢ଼ି ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
