କିନ୍ନରଙ୍କ ନିଆରା ସାବିତ୍ରୀ; ଗୁରୁଙ୍କ ଶୁଭ ମନାସିଲେ

ରାଜଧାନୀରେ ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ମହିଳାଙ୍କ ଭଳି କିନ୍ନରମାନେ ମଧ୍ୟ ଗୁରୁଙ୍କ ମଙ୍ଗଳ ମନାସି ଏହି ବ୍ରତ ପାଳନ କରିଛନ୍ତି ।। କିନ୍ତୁ କିନ୍ନରମାନଙ୍କର ଏହି ବ୍ରତ ପାଳନ କରିବାର ଶୈଳୀ ସମ୍ପୂର୍ଣ୍ଣ ନିଆରା। ସେମାନେ ନିଜର କୌଣସି ସ୍ୱାମୀ ନ ଥାଇ ମଧ୍ୟ ସମାଜରେ ନିଜର ‘ଗୁରୁ’ ବା ‘ମା’ଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖି ସେମାନଙ୍କର ଦୀଘାୟୁ ଏବଂ ସୁସ୍ଥ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି।ଅନ୍ୟ ସଧବା ମହିଳାମାନଙ୍କ ଭଳି କିନ୍ନରମାନେ ମଧ୍ୟ ଏହି ଦିନ ନୂଆ ଶାଢ଼ି, ଶଙ୍ଖା ଏବଂ ସିନ୍ଦୂର ପିନ୍ଧିଥାନ୍ତି।ସେମାନେ ନିଜ ଗୁରୁମାତା ବା ଆଖଡ଼ାର ବରିଷ୍ଠ ଗୁରୁଙ୍କ ପାଦ ସ୍ପର୍ଶ କରି ସେମାନଙ୍କ ହାତରୁ ଶଙ୍ଖା ପିନ୍ଧିଥାନ୍ତି ଏବଂ ମୁଣ୍ଡରେ ସିନ୍ଦୂର ଲଗାଇଥାନ୍ତି। ଗୁରୁଙ୍କ ମଙ୍ଗଳ ପାଇଁ ସେମାନେ ଦିନସାରା ଉପବାସ ରହି ବରଗଛ (ବଟବୃକ୍ଷ) ମୂଳରେ ପୂଜାପାଠ କରିଥାନ୍ତି| ଏହି ପରମ୍ପରା କିନ୍ନର ସମାଜର ନିଜ ଗୁରୁ ଏବଂ ବରିଷ୍ଠ ବ୍ୟକ୍ତିଙ୍କ ପ୍ରତି ଥିବା ଅପାର ଭକ୍ତି, ସମ୍ମାନ ଏବଂ ସେମାନଙ୍କର ସଂସ୍କୃତିକୁ ବେଶ୍ ସୁନ୍ଦର ଭାବରେ ପ୍ରତିପାଦନ କରିଥାଏ।

ଅଧିକ ପଢନ୍ତୁ