ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି।ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା କୁହାଯାଇଛି ଯେ ସରକାରୀ ଗାଡ଼ିର ସହଭାଗୀ ବ୍ୟବହାର ବିଭାଗର ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟ ପାଇଁ ଯାନବାହାନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବିଶେଷ କରି ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ “ଭେହିକିଲ ପୁଲିଂ” ବା “ରାଇଡ୍ ସେୟାରିଂ” କରିବାକୁ ପରାମର୍ଶ ଓ ଉତ୍ସାହିତ କରାଯାଇଛି।ଏହାଦ୍ୱାରା ଅନାବଶ୍ୟକ ଇନ୍ଧନ ବ୍ୟୟ ହ୍ରାସ ପାଇବା ସହ ଜାତୀୟ ଶକ୍ତି ସଂରକ୍ଷଣରେ ବଡ଼ ସହାୟତା ମିଳିବ। ଏହି ପୁଲିଂ ବ୍ୟବସ୍ଥାର ସମନ୍ବୟ ଦାୟିତ୍ଵ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗଦେଉଥିବା ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ।କାର୍ଯ୍ୟାଳୟ ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ କିମ୍ବା କୌଣସି ଅଣ-ଅତ୍ୟାବଶ୍ୟକ ତଥା ପରିହାରଯୋଗ୍ୟ କ୍ଷୁଦ୍ର-ଦୂରତା ବ୍ୟକ୍ତିଗତ ସୁବିଧା ପାଇଁ ସରକାରୀ ଯାନବାହାନ ବ୍ୟବହାର ନ କରିବାକୁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।ଅଳ୍ପ ଦୂରତା ସମୟରେ ଅଧିକାରୀମାନଙ୍କୁ ପଦଯାତ୍ରା ସହଭାଗୀ ପରିବହନ କିମ୍ବା ଅନ୍ୟାନ୍ୟ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବାକୁ ଉତ୍ସାହିତ କରାଯାଉଛି।
