ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ କରିଛି। ଏହାକୁ ‘ଜିହାଦୀ ଡ୍ରଗସ୍’ ନାମରେ ମଧ୍ୟ ଜଣାଯାଏ।ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍ସିବି ‘ଅପରେସନ୍ ରେଜପିଲ୍’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର ‘କେପ୍ଟାଗନ୍’ ଡ୍ରଗ୍ସ ଜବତ କରିଛି। ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ। ତେବେ ଏହି ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କରାଯାଇଛି। ଏହି କନସାଇନମେଣ୍ଟ ପଶ୍ଚିମ ଏସିଆ ପଠାଯାଉଥିଲା। ଏହାକୁ ଅପରେସନ ‘ରେଜପିଲ୍’ରେ ଧରାଯାଇଛି।ଏହି ଡ୍ରଗ କନସାଇନମେଣ୍ଟ ମୁନ୍ଦ୍ରା ପୋର୍ଟ ଓ ଦିଲ୍ଲୀର ନେବ ସରାୟରୁ ଜବତ ହୋଇଛି। ଏହି ଡ୍ରଗ ଚାଲାଣରେ ଜଣେ ସିରିୟା ନାଗରିକ ଧରାପଡିଛି। ସେ ଏହାକୁ ଚାପତି ବାକ୍ସ ରେ ଲୁଚାଇ ନେଇଯାଉଥିଲା।
