ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ଚକ୍ରତୀର୍ଥ ରୋଡ୍ରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍ରେ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ କରିଛନ୍ତି ଉଦ୍ଧାର । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ପୁରୀ ଚକ୍ରତୀର୍ଥ ରୋଡ ନିକଟରେ ଥିବା ଦୁର୍ଗା ଲଜରେ କାମ କରୁଥିଲେ ଶ୍ରମିକମାନେ । ନିର୍ମାଣଧୀନ ଲଜ କାମ ଚାଲିଥିବାବେଳେ କାନ୍ଥ ପଡିଯାଇଥିଲା । ସେପଟେ ସମୁଦ୍ର କୂଳ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
