ମୃତ୍ୟୁ ପୂର୍ବରୁ ମିସ୍ ପୁନେ ଟ୍ୱିଶା ଶର୍ମାଙ୍କ ଚାଟ୍ ଲିକ୍,ସନ୍ଦେହରେ ସ୍ୱାମୀ

ଡେଟିଂ ଆପ୍ ଜରିଆରେ ହୋଇଥିବା ବିବାହ। ମାତ୍ର ୬ ମାସରେ ହେଲା ଦୁଃଖଦ ଅନ୍ତ। ମୃତ୍ୟୁର ଫାଶରେ ଝୁଲିବା ଆଗରୁ ଜଣେ ବନ୍ଧୁଙ୍କୁ ମେସେଜ୍ ଦେଇଥିଲେ ନବବିବାହିତା ଯୁବତୀ । ଲେଖିଥିଲେ ‘ଆଇ ଆମ୍ ଟ୍ରାପଡ’ ବା ମୁଁ ଫସିଗଲି, ବାସ୍ ତୁ ଫସିବୁନି। ଅଧିକ କଥା ବି ହୋଇପାରିବିନି। ଯେତେବେଳେ ଠିକ୍ ସମୟ ଆସିବ ସେତେବେଳେ ମୁଁ କଲ୍ କରିବି। ଏ ଚାଟ୍ କୌଣସି ସାଧାରଣ ଝିଅର ନଥିଲା ନୋଏଡାର ଟ୍ୱିଶା ଶର୍ମାଙ୍କ ଥିଲା। ଯିଏକି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିସାରିଛନ୍ତି। ତ୍ୱିଷା ଶର୍ମା ଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କଲେ ରାଜ୍ୟ ସରକାର । ଗତ ୩ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ମୃତ ତ୍ୱିଷା ଶର୍ମା ଙ୍କ ପରିବାର ଧାରଣା ଦେବା ସହ ନିରପେକ୍ଷ ତଦନ୍ତ ଦାବି କରୁଥିଲେ । ଝିଅକୁ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି । ତେବେ ତ୍ୱିଷା ଶର୍ମା ଙ୍କ ଶଶ୍ବୁର ପୂର୍ବତନ ବିଚାରପତି ତଥା ବିତ୍ତଶାଳୀ ବ୍ୟକ୍ତି ହୋଇଥିବାରୁ ମାମଲାକୁ ଚପା ଯାଉଛି ଓ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ପରିବାର ।ତ୍ୱିଷା ଶର୍ମା ଜଣେ ନାଁ କରା ମଡେଲ ଥିଲେ ଓ କିଛି ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିଥିଲେ । ୨୦୨୫ ଡିସେମ୍ବର ମାସରେ ବିବାହ କରିଥିଲେ । ନିକଟରେ ବାପା ଓ ମାଙ୍କୁ ଫୋନ କରି ତାଙ୍କୁ ଶାଶୁ ଘର ଲୋକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ତେବେ ୧୩ ତାରିଖରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତ୍ୱିଷା ଶର୍ମା ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ହାଇ-ପ୍ରୋଫାଇଲ୍ ଆତ୍ମହତ୍ୟା ମାମଲାରେ, ଏହି ଚାଟ୍ ଏବେ ସୋସିଆଲ ମିଡିଆରେ ଲିକ୍ ହୋଇଛି, ଯାହା ଯୌତୁକ ନିର୍ଯାତନା ଅଭିଯୋଗକୁ ଆହୁରି ଦୃଢ଼ କରିଛି।

ଅଧିକ ପଢନ୍ତୁ