ଲାଞ୍ଚ ନେବା ଅଭିଯୋଗରେ ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚ ନେବା ଅଭିଯୋଗରେ୨ ଗିରଫ ।  ଟିଟିଲାଗଡ଼ ସର୍କଲ୍ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।ଗିରଫ ଦୁଇ ଜଣ ସିନିୟର ଆସିଷ୍ଟାଣ୍ଟ ଅନିଲ କୁମାର ପଣ୍ଡା ଓ ପିଅନ୍ ହରେକୃଷ୍ଣ ମାଝୀ । ଉଭୟେ ଟିଟିଲାଗଡ଼ ସ୍ଥିତ ARCS କର୍ମଚାରୀ । ଗତବର୍ଷ ଜାନୁଆରୀରେ ଅବସରପ୍ରାପ୍ତ ଜଣେ କର୍ମଚାରୀଙ୍କ MACP ଅନୁସାରେ ବକେୟା ଦରମା ପାଇଁ ଅନିଲ ପଣ୍ଡା ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।ସୂଚନା ମୁତାବକ ଉକ୍ତ ବିଭାଗରେ କାର୍ଯ୍ୟରତ ସାଧୁ ବାଙ୍କ ନାମକ ଅବସରପ୍ରାପ୍ତ କର୍ମଚାରୀ ଗତ ୨୦୨୫ରେ ଅବସର ଗ୍ରହଣ କରିଥିଲେ l ତାଙ୍କ ବକେୟା ପ୍ରାପ୍ୟ ନେଇ କାର୍ଯ୍ୟାଳୟର କିରାଣୀ ଅନିଲ ପଣ୍ଡାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ l ଏନେଇ ଶ୍ରୀ ପଣ୍ଡା ୧ ଲକ୍ଷ ଟଙ୍କା ଲାଞ୍ଚ ଦାବୀ କରିଥିଲେ l ଆଜି ଲାଞ୍ଚ ଟଙ୍କାର ପ୍ରଥମ କିସ୍ତି ବାବଦକୁ କାର୍ଯ୍ୟାଳୟର ପିଅନ ହରେକୃଷ୍ଣ ମାଝୀଙ୍କ ଜମା ଖାତାରେ ୭୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ ପରେ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଦଳ ଚଢ଼ାଉ ସହ ଉକ୍ତ ଦୁଇ ଜଣଙ୍କୁ କାବୁ କରିଥିଲା lଏହାପରେ ଦୁଇ ଅଭିଯୁକ୍ତଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବାକୁ ଚଢ଼ାଉ ଜାରି ରହିଛି।

ଅଧିକ ପଢନ୍ତୁ