କଟକ-ଭୁବନେଶ୍ବର ବାର୍ ଗୁଡିକରେ ଆଉ ରହିବେନି ବାଉନ୍ସର ।

ଏବେ କଟକ-ଭୁବନେଶ୍ବର ବାର୍ ଗୁଡିକରେ ଆଉ ବାଉନ୍ସର ଦେଖା ଯିବେନି । ବାଉନ୍ସରମାନେ କୌଣସି ବାର୍‌ରେ ଗ୍ରାହକଙ୍କୁ ଧମକ ଦେବେନି । କୌଣସି ବାର୍‌ରେ ବିଶୃଙ୍ଖଳା ହେଲେ ୧୧୨କୁ ଜଣାଇ ପାରିବେ । ଏ ନେଇ କମିଶନରେଟ୍ ପୁଲିସ ଅଧିନସ୍ଥ ଅଞ୍ଚଳରେ ରଖି ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନ୍ସରଙ୍କ ନାଁରେ ଅପରାଧିକ ମାମଲାର ଖୋଳତାଡ କରିବ ପୁଲିସ। ପିଏସଏଆରଏ ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ ।କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ।

ବାର୍ ମାଲିକ ସମ୍ପୃକ୍ତ ଗାର୍ଡ ଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ ।ବାରରେ ନିୟୋଜିତ ହେବା ପରେ ବାଉନ୍ସର ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ଅଧିକ ପଢନ୍ତୁ

Odisha Darpan Digital