ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଖୁଲାସା, ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ

ଚର୍ଚ୍ଚାରେ ଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଡାଏରୀରେ “DIE DIE DIE” ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର ‘ନିଖୋଜ ଡାଏରୀ’ ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ ସେ ତାଙ୍କ ଜୀବନର ଅନେକ କଥା ଲେଖୁଥିଲେ । ଏହା ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ରଶ୍ମିତା କହିଛନ୍ତି। ତେବେ ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା । କିନ୍ତୁ ପ୍ରକୃତ ଡାଏରୀ ପୋଲିସ ନିକଟରେ ପହଞ୍ଚିନି ବୋଲି କହିଛନ୍ତି ରଶ୍ମିତା । ଅପରପକ୍ଷେ ଚନ୍ଦ୍ରିକାଙ୍କ ଲାପଟପ, ଟାଵଲେଟ ଓ ଆଇପ୍ୟାଡ୍ ପୁରୁଷ ବନ୍ଧୁ ଭୀମସେନଙ୍କ ପାଖରେ ରହିଥିବା ସୂଚନା ମିଳିଛି । ସେହି ଲାପଟପରେ ଉଭୟଙ୍କ ଅନେକ ଫୋଟ, ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ରହିଛି । ଲାପଟପ ଖୋଜି ବାହାର କଲେ ଘଟଣାର ଅନେକ ଗୁମର ଖୋଲିବ ବୋଲି ରଶ୍ମିତା ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ