ପୁରୀ ଝାଡେଶ୍ୱରୀ ମନ୍ଦିର ନିକଟରେ ଭଡାରେ ନିଜ ମାଆଙ୍କ ସହ ରହୁଥିଲେ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମୀକା ପଣ୍ଡା। ତେବେ ରାତି ସାରା ଅନିଦ୍ରା ହୋଇ ପ୍ରାଟିକାଲ ରେକର୍ଡ ପ୍ରସ୍ତୁତ କରିଥିଲେ। ସକାଳ ଜଳଖିଆ ଖାଇ ନିଜ ରୁମରେ ଶୋଇଥିଲେ। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମା’ ବାପା ଝିଅକୁ ଡାକିଥିଲେ। ହେଲେ ଆଉ ଉଠିନଥିଲା ଝିଅ। ଏକମାତ୍ର ସନ୍ତାନକୁ ହରାଇ ମା’ ବାପା ଓ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତକ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡା। ଶବ ବ୍ୟବଚ୍ଛେଦ ପରେ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସଂଗ୍ରାମିକାଙ୍କ ମା’ ବାପାଙ୍କ ବ୍ୟତୀତ ଅନ୍ୟ କେହି ପରିବାର ସଦସ୍ୟ ନଥିବାରୁ ମହାବିଦ୍ୟାଳୟର ଛାତ୍ରମାନେ ଶେଷକୃତ୍ୟ କରିଥିଲେ ।ସଂଗ୍ରାମିକାଙ୍କ ହଠାତ ମୃତ୍ୟୁକୁ କେହି ସହଜରେ ଗ୍ରହଣ ପାରୁନାହାନ୍ତି। ସେ ଶାରିରୀକ ଭାବେ ସୁସ୍ଥ ଥିଲେ। ରାତ୍ରି ଅନିଦ୍ରା ହୋଇ ପାଠ ପଢ଼ିବା ଓ ପରୀକ୍ଷା ଚାପ କଣ ମୃତ୍ୟୁର କାରଣ ହୋଇପାରେ? ତାହାକୁ ନେଇ ଏବେ ସବୁଠୁ ପ୍ରଶ୍ନ।
