ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’ । ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ଆଜି ଅପରାହ୍ନ ୪ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହା ସହିତ SIR ପ୍ରକ୍ରିୟା, ଦଳରେ କିପରି ଅଧିକରୁ ଅଧିକ ଲୋକ ସାମିଲ ହେବେ, ସଂଗଠନକୁ କିପରି ଅଧିକ ମଜଭୁତ କରାଯିବ, ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ୨୪ ବର୍ଷ ବନାମ ୨୪ ମାସ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କ ମତାମତ ନିଆଯିବ।ନିର୍ବାଚନ ପରେ ହାରିଥିବା ନେତାମାନଙ୍କ ସହ ନବୀନଙ୍କର ଏହା ଦ୍ୱିତୀୟ ବଡ଼ ବୈଠକ । ଯାହା ସୂଚାଉଛି ଯେ ଦଳକୁ ତୃଣମୂଳ ସ୍ତରରୁ ପୁନର୍ଗଠନ କରିବା ପାଇଁ ସେ କେତେ ଗମ୍ଭୀର ଅଛନ୍ତି । ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନୋଭାବ ବୁଝିବା, ସଂଗଠନର ଦୁର୍ବଳତା ଚିହ୍ନଟ କରିବା ଏବଂ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଏହି ରୁଦ୍ଧଦ୍ୱାର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
