
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଶିକ୍ଷକ ଭବନ ଠାରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ନାଟ୍ୟକାର ତଥା ସମାଜ ସେବୀ କମ୍ରେଡ୍ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରଦୀପ ପ୍ରଜ୍ବଳନକରି ସାହିତ୍ୟ ଆସର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ଲକ୍ଷ୍ୟ ଓ ଗତ ୧୫ ବର୍ଷ ମଧ୍ୟରେ ଏହାର ଭୂମିକା ସଂପର୍କରେ ନିଜର ମତ ଉତ୍ଥାପନ କରିଥିଲେ । ଉଭୟ ଗଳ୍ପ ପଠନ ଓ କବିତା ଆବୃତ୍ତିର ଯୁଗଳ ବନ୍ଦୀରେ ସ୍ୱତନ୍ତ୍ର ଭାବେ ଉପସ୍ଥିତ ଦର୍ଶକ ବର୍ଗ ନିଜନିଜର ପାଠକୀୟ ବିବୃତି ଓ ମତାମତ ରଖିବା ସହ କୃତି ଗୁଡ଼ିକର ଏକ ସାମୁହିକ ସମୀକ୍ଷା ଓ ସମୀକରଣ କରାଯାଇଥିଲା । ଏହି ବିଦଗ୍ଧ ସାହିତ୍ୟ ଆସରରେ ବିଶିଷ୍ଟ କବି ଚନ୍ଦ୍ରବିଜୟୀ ମିଶ୍ର, କମଳ ଦାସ, ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଭାତ ମିଶ୍ର, ଗୁଣନିଧି ମହାପାତ୍ର, ସରୋଜ ସାହୁ, ପ୍ରଭୁଦତ୍ତ ପ୍ରଧାନ, ଉଷା ମଣି ମିଶ୍ର ପ୍ରମୁଖ କବିତା ପାଠ କରିଥିବା ବେଳେ ଅଧ୍ୟାପକ ଆଶୁତୋଷ ମିଶ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ର, ଶେଖ୍ ଅବଦୁଲ୍ ଖାଲିକ୍ , ଗୋପୀନାଥ ସେଠୀ, ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ବାଳ ପ୍ରମୁଖ ସ୍ଵକୀୟ ଗଳ୍ପ ପଠନ କରିଥିଲେ । ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦୁଇ ସଂଯୋଜିକା କ୍ଷଣପ୍ରଭା କର ଓ ଅଧ୍ୟାପିକା ନୀଳିମା ନନ୍ଦ । ଶେଷରେ ସଂପାଦକ ଗୁଣନିଧି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
