
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ ରେଳ ଷ୍ଟେସନରେ ଶହଶହ ଯାତ୍ରୀ ରେଳ ଯୋଗେ ଯାତାୟତ ନିମନ୍ତେ ଘଣ୍ଟାଘଣ୍ଟା ଧରି ରେଳକୁ ଅପେକ୍ଷା କରିଥାନ୍ତି।
ତେବେ ଯାତ୍ରୀମାନେ ବସୁଥିବା ସ୍ଥାନରେ ଲାଗିଥିବା ସିଲିଂ ଫ୍ୟାନଟି ଅଚଳ ଅବସ୍ଥାରେ ଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେଣୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଚଳ ଅବସ୍ଥାରେ ଥିବା ସିଲିଂ ଫ୍ୟାନ ଟି କୁ ତୁରନ୍ତ ମରାମତି ଦିଗରେ ନୟାଗଡ ରେଳ ଷ୍ଟେସନ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
