୧୧୧ଦିନ ପରେ ଶେଷ ହେଲା ଇରାନ-ଆମେରିକା ଯୁଦ୍ଧ । ଉଭୟ ରାଷ୍ଟ୍ର ମଧ୍ୟରେ ଡିଜିଟାଲ ଚୁକ୍ତି ସ୍ୱାକ୍ଷର ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇରାନ୍ ରାଷ୍ଟ୍ରପତି ୧୪ ସୁତ୍ରୀ ଏମଓୟୁ । ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀ ଖୋଲିବ। ଇରାନ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ କିପରି କୋହଳ କରାଯିବ ଏବଂ ଇରାନର ପୁନର୍ଗଠନ ପାଇଁ ପାଣ୍ଠି ଯୋଗାଇବା ନେଇ ମଧ୍ୟ ଏହି ଚୁକ୍ତିରେ ରହିଛି । ଏହା ଏକ ପ୍ରାରମ୍ଭିକ ଚୁକ୍ତି ମାତ୍ର । ଆଗାମୀ ଦୁଇ ମାସ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଅଧିକ ବିସ୍ତୃତ ଆଲୋଚନା ହେବାର ଯୋଜନା ରହିଛି । ଯେଉଁଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜଟିଳ ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
