ଅନୁଗୋଳରେ ଡବଲ୍ ଏନକାଉଣ୍ଟର। ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୋଲିସ। ପୋଲିସ୍ ଗୁଳିରେ ୨ ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ଆହତ। ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର। ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା । ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା । ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
