ଏକ ସପ୍ତାହ ପରେ ଫେରିଲା ଟେଲିଗ୍ରାମ । ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ସରିବା ପରେ ଜୁନ୍ ୨୨ ମଧ୍ୟରାତ୍ରିରେ ଗୁଗଲ ଟେଲିଗ୍ରାମ ଉପରୁ ପ୍ରତିବନ୍ଧକ ହଟାଇଛି । ତେବେ ଆପଲ ଆପ୍ ଷ୍ଟୋରରେ ଟେଲିଗ୍ରାମ ସକାଳ ୧୦ଟା ସୁଦ୍ଧା ଡିଲିଷ୍ଟେଡ୍ ଥିଲା । ତେବେ ଆପ୍ ରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ପ୍ରତିବନ୍ଧକ ହଟିନାହିଁ । ଏହାର ମେସେଜ୍ ଏଡିଟିଂ ଫିଚର ଉପରେ ଏବେବି ପ୍ରତିବନ୍ଧକ ଲାଗିଛି। ଜୁନ୍ ୩୦ ଯାଏଁ ଏହି ଫିଚର ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେବେ ଭବିଷ୍ୟତରେ, ଟେଲିଗ୍ରାମ ସମେତ ମେସେଜିଂ ପ୍ଲାଟଫର୍ମଗୁଡିକରେ ଭୁଲ ସୂଚନା, ପରୀକ୍ଷା ସମ୍ବନ୍ଧୀୟ ଠକେଇ ଏବଂ ଅବୈଧ ବିଷୟବସ୍ତୁକୁ ରୋକିବା ପାଇଁ ସରକାର ଅଧିକ କଠୋର ନିୟମ ଲାଗୁ କରିପାରନ୍ତି।
