ରାଷ୍ଟ୍ରପତିଙ୍କ ହାତରୁ ପଦ୍ମ ସମ୍ମାନ, ସମ୍ମାନିତ ହେଲେ ୩ ଓଡ଼ିଆ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ । ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହସ୍ତତନ୍ତ ବୁଣାକାର । ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର । ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଲୋକ କଳାକାର । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଗଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଥିରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ।ସମାରୋହରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ ଅନେକ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।

ଝାରଖଣ୍ଡର ବରିଷ୍ଠ ନେତା ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ମାଲାୟାଲାମ ଖବରଦାତା ପି. ନାରାୟଣନ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ.ଟି. ଥୋମାସଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇଛି।କେନ୍ଦ୍ର ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରିଥିଲେ, ଯେଉଁଥିରେ ଅନେକ କ୍ରୀଡା ଜଗତର ବିଶିଷ୍ଟ ବ୍ୟକ୍ତି ସାମିଲ ଥିଲେ। କିଛି ଦିନ ପୂର୍ବରୁ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ହରମନପ୍ରୀତ କୌରଙ୍କୁ ତାଙ୍କ ଉତ୍କୃଷ୍ଟ ନେତୃତ୍ୱ ଏବଂ ସଫଳତା ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ୨୦୨୫ ବର୍ଷ ତାଙ୍କ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା, କାରଣ ସେ ଭାରତୀୟ ମହିଳା ଦଳକୁ ଘରୋଇ ମାଟିରେ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରି ଦେଶକୁ ଗୌରବ ଆଣିଥିଲେ।ଭାରତୀୟ ମହିଳା ହକି ଦଳର ଗୋଲକିପର ସବିତା ପୁନିଆଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଅଧିକ ପଢନ୍ତୁ