ଆସନ୍ତାକାଲି VB G RAM G ଯୋଜନାର ଶୁଭାରମ୍ଭ

ଜୁଲାଇ 1ରେ ସାରା ଓଡ଼ିଶାରେ ହେବ VB G RAM G ଯୋଜନାର ଶୁଭାରମ୍ଭ। କେନ୍ଦ୍ର ସରକାରଙ୍କ ନୂତନ ଗ୍ରାମୀଣ ରୋଜଗାର ଓ ଜୀବିକା ଯୋଜନା ହେଉଛି “ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)” ବା VB-G RAM G ।ଏହାର ଶୁଭାରମ୍ଭ ଉପଲକ୍ଷେ ଜୁଲାଇ ୨ରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜନ ସମ୍ମିଳନୀ ଓ ଲଞ୍ଚ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସାରା ଦେଶରେ ଆସନ୍ତାକାଲି ଏହି ଯୋଜନାର ଶୁଭାରମ୍ଭ କରାଯିବ ।ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସିଇଓଙ୍କୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ, ପ୍ରତ୍ୟେକ ଜିଲ୍ଲାରେ କଲେକ୍ଟରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହେବ। ଏଥିରେ ସାଂସଦ, ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରମିକ ଓ ସାଧାରଣ ଲୋକ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ନୂତନ କାମର ଶୁଭାରମ୍ଭ, ଜନ ସମ୍ମିଳନୀ, ପ୍ରଦର୍ଶନୀ, ସଚେତନତା ଅଭିଯାନ ଓ ଯୋଜନାର ବିଶେଷତା ବିଷୟରେ ସୂଚନା ଦିଆଯିବ। ବିଶେଷ କରି ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି, ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଓ ଡିଜିଟାଲ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ଜୋର ଦିଆଯିବ।

ଅଧିକ ପଢନ୍ତୁ