ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ମୃତ୍ୟୁ ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି କଲ୍ ଡିଟେଲରୁ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ଥାନାର କର୍ମଚାରୀ, କଟକ ପୁଲିସରେ କାର୍ଯ୍ୟରତ ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ବିୟୁଟିଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ଜଣେ ଏଡିସିପି, ଜଣେ ଏସିପି ଓ ଦୁଇ ଜଣ ବରିଷ୍ଠ ଇନ୍ସପେକ୍ଟର ତଦନ୍ତ କରୁଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ସେ ନିଜେ ତଦାରଖ କରୁଥିବା ଡିସିପି କହିଛନ୍ତି । ତେବେ ବିୟୁଟିଙ୍କ ଦୁଇଟି ଫୋନ୍ରୁ ତଥ୍ୟ ବାହାର କରିିବାକୁ ପୁଲିସ ଜୋର୍ଦାର ଉଦ୍ୟମ କରୁଛି ।
