ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଆକାଶଛୁଆଁ ପରିବା ଦର

ରାଜ୍ୟରେ ନିକଟରେ ହୋଇଥିବା ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତି କେବଳ ଚାଷୀଙ୍କୁ ନୁହେଁ, ବରଂ ସାଧାରଣ ଖାଉଟିଙ୍କ ଅଣ୍ଟା ମଧ୍ୟ ଭାଙ୍ଗିଦେଇଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ବଜାରଗୁଡ଼ିକରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ଅନ୍ୟପଟେ ଶ୍ରାବଣ ମାସ ଥିବାରୁ ପରିବା ଗୁଡ଼ିକର ଦାମ ବଢ଼ି ବଢ଼ି ଚାଲିଛି । ଫଳରେ ଗ୍ରାହକ ଏବେ ପରିବା କିଣିବା ଆଗରୁ ଶହେ ଥର ଭାବୁଛନ୍ତି । କଟକର ଛତ୍ରବଜାର ହେଉ କିମ୍ବା ରାଜଧାନୀ ଭୁବନେଶ୍ୱରର ଏକ ନମ୍ବର (ୟୁନିଟ୍-୧) ହାଟ, ସବୁଠି ସମାନ ସ୍ଥିତି ଦେଖିବାକୁ ମିଳୁଛି। ବିନ୍ସ, ପୋଟଳ, କ୍ୟାପ୍ସିକମ୍, ଟମାଟୋ, ବାଇଗଣ, ଭେଣ୍ଡି, କଲରା ଏବଂ କଞ୍ଚାଲଙ୍କା ଭଳି ନିତିଦିନିଆ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପନିପରିବା ମୂଲ୍ୟ ବୃଦ୍ଧି କାରଣରୁ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସମସ୍ତ ପରିବା ଦର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି, ଯାହା ଗରିବ ଓ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍‌କୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। କଟକ ଛତ୍ରବଜାର ଦର ଯଥା ବାଇଗଣ – ୯୦ ଟଙ୍କା, ପୋଟଳ – ୮୦ ଟଙ୍କା,ଭେଣ୍ଡି – ୬୦ ଟଙ୍କା ,କାଙ୍କଡ଼ – ୭୦ ଟଙ୍କା ,ଦେଶୀ କାଙ୍କଡ଼ – ୨୫୦ ଟଙ୍କା,କଲରା – ୬୦ ଟଙ୍କା ,ବିମ୍ସ – ୧୬୦ ଟଙ୍କା,ବିଲାତି – ୪୦ ଟଙ୍କା ,କୁନ୍ଦୁରି – ୪୦ ଟଙ୍କା,ଫୁଲ କୋବି – ଗୋଟା ୭୦ ଟଙ୍କା ,କଖାରୁ କିଲୋ – ୨୫ ଟଙ୍କା ,ଗାଜର କିଲୋ ୪୦ ଟଙ୍କା ,ସାରୁ – ୪୦ ଟଙ୍କା, କଞ୍ଚା ଲଙ୍କା – ୧୨୦ ଟଙ୍କା

ଅଧିକ ପଢନ୍ତୁ