ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବାସଭବନ ‘ମନ୍ନତ’ରୁ ଏକ ୮ ଫୁଟ୍ ଲମ୍ବର ସାପ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ବଗିଚାର ଏକ ସେଡ୍ ତଳେ ଦୁଇଟି ସାପ ଛନ୍ଦାଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସାପ ଧରାଳୀ ଭିକି ଦୁବେ ବାନ୍ଦ୍ରା ସ୍ଥିତ ‘ମନ୍ନତ’ରେ ପହଞ୍ଚି ଗୋଟିଏ ୮ ଫୁଟ୍ ଲମ୍ବର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପଟି ଏକ ‘ଢ଼ମଣା’ (Indian Rat Snake) ବୋଲି ଜଣାପଡ଼ିଛି । ଏହି ସାବ ବିଷହୀନ ଏବଂ ମଣିଷ ପାଇଁ ବିପଦ ନୁହେଁ । ଶାହରୁଖ ଖାନଙ୍କ ବଙ୍ଗଳା, ମନ୍ନତ, ଗତ ବର୍ଷ ଧରି ନବୀକରଣ ଚାଲିଛି। କୋଠାକୁ ବିସ୍ତାର କରାଯାଉଛି। ଏହି କାରଣରୁ, ଶାହରୁଖ ଖାନ ଏବଂ ତାଙ୍କ ପରିବାର ବର୍ତ୍ତମାନ ପାଲି ହିଲରେ ଏକ ଭଡା ଆପାର୍ଟମେଣ୍ଟରେ ରହୁଛନ୍ତି। ସେଥିପାଇଁ ଘରେ ଥିବା ଲୋକଙ୍କର କୌଣସି କ୍ଷତି ହୋଇନି। କାମ ସରିବା ପରେ, ସେ ମନ୍ନତକୁ ଫେରିବେ। ତେବେ ବନ ବିଭାଗର ନିୟମାନୁସାରେ, ଉଦ୍ଧାର କରାଯାଇଥିବା ଢମଣାଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଛି। ସାପଟି ବିଷହୀନ ହୋଇଥିବାରୁ ଭୟଭୀତ ନହେବାକୁ ଉଦ୍ଧାରକାରୀ ଟିମ୍ ସୁରକ୍ଷାକର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।
