ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡକୁ କାଟି ଏକ ପଲିଥିନ୍ ବ୍ୟାଗ୍ରେ ରଖି ଫ୍ରିଜ୍ରେ ଲୁଚାଇ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତାଙ୍କ ଆଙ୍ଗୁଠିଗୁଡ଼ିକ ମଧ୍ୟ କଟାଯାଇଥିବା ଜଣାପଡ଼ିଛି ।ମୃତକଙ୍କ ନାମ ରିୟା ତାଲୁକଦାର ଗୋସ୍ୱାମୀ।
ମିଳିଥିବା ସୂଚନାନୁସାରେ, ଖବର ପାଇ ପୁଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ଏହାକୁ ଅତ୍ୟନ୍ତ ନିର୍ମମ ବୋଲି କହି ଥିଲେ।ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ମହିଳାଙ୍କ ସ୍ୱାମୀ ମୃତଦେହ ନିକଟରେ ଘଣ୍ଟା ଘଣ୍ଟା ବିତାଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାର ସ୍ୱାମୀ ରାମାନୁଜନ ଗୋସ୍ୱାମୀ ଆତ୍ମସମର୍ପଣ କରିଛନ୍ତି ଏବଂ ଅପରାଧ ସ୍ୱୀକାର କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ମୃତଦେହ ମିଳିବାର ପ୍ରାୟ ୪୮ ଘଣ୍ଟା ପୂର୍ବରୁ ଅପରାଧ ଘଟିଥିଲା। ରିପୋର୍ଟ ଅନୁଯାୟୀ, ରିୟା ଏବଂ ରାମାନୁଜନ ପ୍ରାୟ ଛଅ ମାସ ପୂର୍ବେ ବିବାହ କରିଥିଲେ ଏବଂ ଫ୍ଲାଟରେ ଏକାଠି ରହୁଥିଲେ। ରିୟା ଏକ ବୁଟିକ୍ରେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ କ୍ୟାବ୍ ଚଳାଉଥିବା ରିପୋର୍ଟରୁ ଜଣାପଡ଼ିଛି।ଘଟଣା ପରେ ରାମାନୁଜ ଘରେ ନଥିଲେ । ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏବଂ ତାଙ୍କୁ ଗିରଫ କରାଯାଇଥିବା ଅଧିକାରୀମାନେ କହିଛନ୍ତି ।ହତ୍ୟା ପଛର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
