ଭନସାଲି ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର’ରେ ରଣବୀର କପୁରଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଷ୍ଟରରେ ରଣବୀରଙ୍କୁ ଗମ୍ଭୀର ଅନ୍ଦାଜରେ ଦେଖିବାକୁ ମିଳିଛି । ରଣବୀର ମୋଟା ନିଶ ରଖିବା ସହ ତାଙ୍କ ହାତ ଏବଂ ସାର୍ଟରେ ରକ୍ତ ଦାଗ ଲାଗିଛି। ଏଥିସହ ସେ ଏକ କାରରେ ଚଷମା ପିନ୍ଧି ବସିଥିବା ଦେଖାଯାଇଛି। ଶାର୍ଟରେ ରକ୍ତ ଦାଗ ଫିଲ୍ମର ଡାର୍କ ଏବଂ ଆକ୍ସନ କାହାଣୀ ଆଡ଼କୁ ସଙ୍କେତ ଦେଉଛି। ଖାଲି ସେତିକି ନୁହେଁ, ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହେବା ପରେ ଏବେ ସାମ୍ନାକୁ ଆସିଛି ‘ଲଭ୍ ଆଣ୍ଡ ୱାର୍’ ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ଫାଷ୍ଟ ଲୁକ୍ ପୋଷ୍ଟର। ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ପିରିୟଡ୍ ୱାର୍ ଡ୍ରାମା ୨୦୨୭ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ‘ଗଙ୍ଗୁବାଇ କାଠିଆୱାଡ଼ି’ ପରେ ଏହା ଭଂସାଲୀଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହୋଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ ।
