ନୟାପଲ୍ଲୀ ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ । ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଭୁବନେଶ୍ୱର ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଦୁଷ୍କର୍ମ ପରେ ହାତ ଗୋଡ଼ ବାନ୍ଧି ମୋବାଇଲ ଭାଙ୍ଗି ଦେଇଥିଲା ଅପରାଧୀ ।ଦୁର୍ବୃତ୍ତ ଜଣେ ପେଷାଦାର ଅପରାଧୀ ବୋଲି ସଂଦେହ କରୁଛି ପୋଲିସ । ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ । ମାସ୍କ ପିନ୍ଧା ଅପରାଧୀକୁ ଖୋଜିବାକୁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସିସିଟିଭିରୁ ମିଳିଛି ମାସ୍କ ପିନ୍ଧା ଦୁର୍ବୃତ୍ତର ଫଟୋ । ସେହି ଆଧାରରେ ତନାଘନା କରୁଛି ପୋଲିସ । ସୂଚନା ଯୋଗ୍ୟ ଯେ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ହେବ। ବଡ ଭଉଣୀ ଯାଇଥିଲେ କୌଣସି କାମରେ ବାହାରକୁ। ସାନ ଭଉଣୀ ବେଡ ରୁମରେ ବସି ଲ୍ୟାପଟପରେ କିଛି କରୁଥିଲେ। ହଠାତ୍ ମାସ୍କପିନ୍ଧା ଜଣେ ଯୁବକ ମେନ୍ ଗେଟ୍ ଖୋଲି, ବେଡ ରୁମକୁ ଯିବା ପୂର୍ବରୁ ଅନ୍ୟ ୨ଟି କବାଟ ଖୋଲି ପହଞ୍ଚିଥିଲେ ଯୁବତୀ ଥିବା ରୁମରେ। ଆଉ ସାଙ୍ଗରେ ଥିଲା ବନ୍ଧୁକ।୧୫ ମିନିଟ୍ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପାଖାପାଖି ୨୦ ମିନିଟ୍ ପରେ ଉକ୍ତ ଯୁବକଟି ସେଠାରୁ ଚାଲିଯାଇଥିଲେ। ବଡ ଭଉଣୀ ଘରେ ପହଞ୍ଚିବାପରେ ସାନ ଭଉଣୀର ଏ ଅବସ୍ଥା ଦେଖି ସେ ତୁରନ୍ତ ନୟାପଲ୍ଲୀ ଥାନାରେ କରିଥିଲେ ଅଭିଯୋଗ। ତେବେ ଉକ୍ତ ଯୁବକ ଜଣକ ତାଙ୍କର କୌଣସି ପରିଚିତ ନଥିଲେ କି ତାଙ୍କର ବୟଫ୍ରେଣ୍ଡ ନଥିଲେ। ସେ ଥିଲେ ଜଣେ ଅଚିହ୍ନା ଯୁବକ।
