ଋଷିକୂଲ୍ୟା ନଦୀର ତାଣ୍ଡବ । ବନ୍ୟା ପାଣିରେ ବୁଡ଼ି ବରାଡ଼ି ଗାଁର ଯୁବକ ମୃତ

ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଋଷିକୂଲ୍ୟା ନଦୀର ତାଣ୍ଡବ । ପ୍ରଥମ ଜୀବନ ନେଲା ଗଞ୍ଜାମ ବନ୍ୟା । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡି ନିକଟ ଡ୍ରାଫ ରେ ଅଘଟଣ ଘଟିଛି। ମୃତ ଯୁବକ ଜଣକ ହେଲେ ପାଣ୍ଡା ନାୟକ ।ବରାଡି ଗ୍ରାମର ପାଣ୍ଡା ନାୟକ ବନ୍ୟା ପାଣି ଦେଖିବାକୁ ଡ୍ରାଫ ନିକଟକୁ ଯାଇଥିଲେ। ଏହି ସମୟରେ ପାଣି ଭିତରେ ପଡ଼ି ଭାସି ଯାଇ ନିକଟରେ ଥିବା ଏକ ଗଛରେ ଲାଗିଥିଲେ । ସ୍ଥାନୀୟ ଲୋକ ସୂଚନା ଦେବାପରେ ଘଟଣା ସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଯୁବକ ପାଣ୍ଡା ନାୟକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ