କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଗାମୀ ୨୦୨୭ ମସିହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇଛି।ଆସନ୍ତା ୨୦୨୭ ଫେବ୍ରୁଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ଦଶମ ଶ୍ରେଣୀ ପାଇଁ ମୋଟ ୮୩ଟି ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୨୧ଟି ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ଦିନର ପରୀକ୍ଷା ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟା ୩୦ ମିନିଟ୍ରୁ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ସୂଚୀ ବା ଡେଟ୍ସିଟ୍କୁ CBSEର ଅଫିସିଆଲ୍ ୱେବସାଇଟ୍ (cbse.gov.in) ରୁ ଡାଉନ୍ଲୋଡ୍ କରିପାରିବେ।
