ଫିଫା ଫୁଟବଲ ବିଶ୍ବକପ କ୍ବାର୍ଟରରେ ସ୍ପେନ ଠାରୁ ହାରିଲା ପର୍ତ୍ତୁଗାଲ। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ବକପ ଜିତିବା ସ୍ବପ୍ନ ସ୍ବପ୍ନରେ ରହିଯାଇଛି । ଚଳିତ ଫିଫା ଫୁଟବଲ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହେବ ବୋଲି ପୂର୍ବରୁ ଘୋଷଣା କରିସାରିଥିବା ଏହି ମହାନ ଖେଳାଳି ନିଜ ଦେଶ ପର୍ତ୍ତୁଗାଲର ପରାଜୟକୁ ରୋକି ପାରିନାହାନ୍ତି । ରାଉଣ୍ଡ ଅଫ୍ ୧୬ରେ ପର୍ତ୍ତୁଗାଲକୁ ରୋମାଂଚକର ଭାବେ ୧-୦ ଗୋଲରେ ପରାସ୍ତ କରି ପୂର୍ବବିଜେତା ସ୍ପେନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।୪୧ […]
ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଧୋନିଙ୍କୁ ଏବେ ୪୫ ବର୍ଷ ବୟସ ହୋଇଛି । କ୍ରିକେଟ ଜଗତରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କ୍ୟାପଟେନ କୁଲ ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲରେ ଚର୍ଚ୍ଚାରେ ଅଛନ୍ତି । ରୋଜଗାର କ୍ଷେତ୍ରରେ ଧୋନି ବେଶ ଆଗରେ ରହିଛନ୍ତି । କ୍ରିକେଟ ବ୍ୟତିତ ସେ ବିଭିନ୍ନ […]
ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ତାଙ୍କ ମତରେ, ଫିଲ୍ମଟି ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ମନଗଢ଼ା, ଯାହା ଶାସ୍ତ୍ରୀୟ ବର୍ଣ୍ଣନାର ବିରୋଧୀ।ମହାପ୍ରଭୁଙ୍କୁ ନେଇ ଏଭଳି ବିକୃତ […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।✧ମିଥୁନ: ଧ୍ୟାନ […]
୨୦୨୬ ମସିହା ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision ବା SIR) ପ୍ରକ୍ରିୟା ଆଧାରରେ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ପ୍ରକାଶ ପାଇଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ରାଜ୍ୟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ କାଟି ଦିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ବାଦ୍ ପଡ଼ିଛନ୍ତି ସର୍ବାଧିକ ୨ ଲକ୍ଷ ୭ ହଜାର ୬୨୪ ଭୋଟର। ଦ୍ବିତୀୟରେ ରହିଛି କଟକ, ଏହି ଜିଲ୍ଲାରୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତିନି ଦିନିଆ ଗସ୍ତ ପାଇଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଛନ୍ତି। ଅବତରଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଇଣ୍ଡୋନେସିଆର ବାୟୁସେନାର ଯୁଦ୍ଧ ବିମାନ ଏସ୍କର୍ଟ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଯାଉଥିବା ସମୟରେ ଇଣ୍ଡୋନେସିଆର ବାୟୁସେନାର ଲଢ଼ୁଆ ବିମାନ ସବୁ ଏସ୍କର୍ଟ କରୁଥିବା ଦେଖାଯାଇଥିଲା। ମୋଦି ମଧ୍ୟ ଝରକା ପଟେ […]
ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଅଦାଲତରେ ଏନଆଇଏ ଏହି ଚାର୍ଜସିଟ୍ ଦାଖଲ କରିଛି । ହାଫିଜ୍ ସୟିଦ୍ ଏହି ଆକ୍ରମଣରେ ବ୍ୟକ୍ତିଗତ ଭାବେ ସାମିଲ ଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ପ୍ରତିବନ୍ଧିତ ସଂଗଠନ ଲସ୍କର-ଏ-ତୋଇବା ଏବଂ ତାର ସହଯୋଗୀ ସଂଗଠନ ‘ଦି […]
‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ।କିନ୍ତୁ ଅଗ୍ନିବୀର’ମାନେ ଖୁବ ଶୀଘ୍ର କିଛି ଭଲ ଖବର ପାଇପାରନ୍ତି। ଚଳିତ ବର୍ଷ ପ୍ରଥମ ବ୍ୟାଚ ଏହାର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବାରୁ ତିନୋଟି ସଶସ୍ତ୍ର ବାହିନୀରେ ଅଗ୍ନିବୀରଙ୍କ ସ୍ଥାୟୀ ନିଯୁକ୍ତି ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ବର୍ତ୍ତମାନ ନିୟମାବଳୀ ଅଗ୍ନିବୀରଙ୍କ ଚାରି ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ସର୍ବାଧିକ ୨୪ ପ୍ରତିଶତଙ୍କୁ ନିୟମିତ ସୈନିକ ଭାବରେ ରଖିବା […]
ଅଲାରନାଥଙ୍କୁ ଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ବ୍ରହ୍ମଗିରି ଯାଇ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ପ୍ରଭାତୀ ପରିଡା ଅଲାରନାଥଙ୍କ ଦର୍ଶନ କରିବା ସହ ମନ୍ଦିର ପରିକ୍ରମା କରିଥିଲେ […]
ଭେନେଜୁଏଲାରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ। ଭେନେଜୁଏଲାରେ ଭୂକମ୍ପ ପ୍ରପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ଗତ ଶତାବ୍ଦୀ ମଧ୍ୟରେ ଦେଶର ଏହି ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଭେନେଜୁଏଲାବାସୀଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି ।ଗତ ଜୁନ୍ ୨୪, ୨୦୨୬ ସନ୍ଧ୍ୟାରେ ଭେନେଜୁଏଲାରେ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଦୁଇ ଦୁଇଟି ପ୍ରଳୟଙ୍କରୀ […]
ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ର ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତା ୯ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଲଗାଣ ବର୍ଷା ଫଳରେ ବନ୍ୟା ସ୍ଥିତି ଉପୁଜିଛି । ଯାହାକୁ ଧ୍ୟାନରେ ରଖି ହୀରାକୁଦା ପ୍ରଥମ ଗେଟ୍ ଖୋଲାଯିବାକୁ ନିଷ୍ପିତ୍ତି ନିଆଯାଇଛି । ବନ୍ୟାଜଳ ନିଷ୍କାସନ ଯୋଗୁ ନଦୀର ଜଳସ୍ତର ବଢ଼ିବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ମହାନଦୀ ଗର୍ଭକୁ […]
ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡର ବଡ଼ ବଡ଼ ସେଲିବ୍ରିଟିଙ୍କୁ ମଧ୍ୟ ନାକେଦମ୍ କଲାଣି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଇନଫ୍ଲୁଏନ୍ସର ଅମିତାଭ ବଚ୍ଚନଙ୍କ ଜୁହୁ […]
