ରାଜ୍ୟରେ ପରିବହନ ବିଭାଗ ପୁଣି ଥରେ ଆରମ୍ଭ କରିଛି ଜୋରଦାର ଚେକିଂ। ଗାଡ଼ିଗୁଡ଼ିକର ଇନସ୍ୟୁରାନ୍ସ ଫିଟନେସ ଓ ପରମିଟକୁ ନେଇ ବଡ଼ ଡ୍ରାଇଭ ଚାଲିବ। ଇନସୁରାନ୍ସ, ଫିଟନେସ ଏବଂ ପରମିଟ୍ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡ଼ି। ଆଜିଠାରୁ ଏହାକୁ କଡ଼ାକଡ଼ି କରିଛି ପରିବହନ ବିଭାଗ।ତେବେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ତ୍ରୁଟି କରୁଥିବା ଗାଡ଼ି ଗୁଡ଼ିକୁ ଅଙ୍କୁଶ ଲଗାଇବାକୁ ଆଭିମୁଖ୍ୟକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ହୋଇଛି […]
କେରଳମ୍ ୱାୟନାଡ଼ରୁ ଆସିଲା ଭୟଙ୍କର ଦୃଶ୍ୟ। ମାଡ଼ି ଆସିଲା ମାଟି ଅତଡ଼ା । ଭୂସ୍ଫଳନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ଏବଂ ୮ଜଣ ଗୁରୁତର ହୋଇଛନ୍ତି।ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଲଗାତାର ପ୍ରବଳ ବର୍ଷା କାରଣରୁ ୱାୟାନାଡର ମେପ୍ପାଡି ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି । ୱାୟାନାଡ ଟନେଲ ନିର୍ମାଣ ସ୍ଥଳ ଏବଂ ମୀନାକ୍ଷୀ ପୁଲ ନିକଟରେ ପାହାଡ଼ର ଏକ […]
ନୟାଗଡ଼ ଅଭିମନ୍ୟୁ ହତ୍ୟା ଘଟଣାରେ ଆକ୍ସନ ଗ୍ରହଣ କରିଛି ପୋଲିସ l ଗାଁର ୮ ଜଣଙ୍କୁ ଅଟକ ରଖିବା ସହ ଘଟଣାରେ ସମ୍ପୃକ୍ତ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟଙ୍କୁ ଖୋଜିବା ଜାରି ରଖିଛି ସଦର ପୋଲିସ lସେପଟେ ଗିରଫ ଭୟରେ ଗାଁ ପୁରୁଷଶୁନ୍ୟ ହୋଇଯାଇଛି l କାଁ ଭାଁ ବୟସ୍କ ମହିଳାଙ୍କୁ ଛାଡିଦେଲେ ଗାଁ ରେ ଆଉ କେହି ଦେଖାଯାଉନାହାନ୍ତି l ଅଧିକାଂଶ ଘରେ ତାଲା ଝୁଲୁଛି l ଅଟକ ୮ ଜଣଙ୍କ ମଧ୍ୟରୁ ପ୍ରକୃତ ଅପରାଧୀ […]
ଲଗାଣ ବର୍ଷା ଓ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ହୋଇଛନ୍ତି । ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ବର୍ଷା ଜଳ ଜମୁଥିବା ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ । ଅଧିକ ବର୍ଷାର ସମ୍ଭାବନାକୁ ଦେଖି ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି […]
ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।୬ ଶହ କୋଟି ଟଙ୍କା ଖର୍ଚ୍ଚରେ ୧୦ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଏସଆରସି କାର୍ଯ୍ୟାଳୟ, ଏନଡିଆରଏଫ, ଅଗ୍ନିସେବା, ଓଡ୍ରାଫ ଭଳି ସବୁ ବିଭାଗ ରହିବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି […]
ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା ମାତ୍ରେ ଉଭୟର ଦର ଖସିଥିଲା।ମଙ୍ଗଳବାର ଦିନ ୧ କିଲୋଗ୍ରାମ ରୂପା ଦରରେ ହଠାତ୍ ୫,୨୯୬ ଟଙ୍କାର ହ୍ରାସ ଘଟି ଏହା ୨,୩୦,୮୦୩ ଟଙ୍କାର ସ୍ତରକୁ ଖସି ଆସିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ସହିତ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ […]
ନିମ୍ବ ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ । ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଉଦ୍ଧାର । ଫାସରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ କିଏ ଏବଂ କାହିଁକି ବାଘକୁ ମାରି ଗଛରେ ଝୁଲାଇଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା […]
କଲାହାଣ୍ଡି ଭବାନୀପାଟଣାର ସରକାରୀ ସ୍କୁଲରେ ପ୍ରଧାନଙ୍କ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମେଟ୍ରନ ଓ ଦୁଇ ବିଧବା ସିସିଏଙ୍କୁ ଯୌନ ନିର୍ଯାତନା ଦେବା ସହ ଫେବର ମାଗୁଥିବା ଅଭିଯୋଗ ହୋଇଛନ୍ତି । ଫେବର ନଦେବାରୁ ଖୁଲମଖୁଲା ଜାତିଆଣ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିଦେବାର ଧମକ ଦେଉଛନ୍ତି ।ନିଜ କାମୁକ ପ୍ରବୃତ୍ତିର ଶିକାର ବନାଇବାକୁ ମହିଳା କର୍ମଚାରୀଙ୍କୁ ବାଧ୍ୟ କରୁଛନ୍ତି ପ୍ରଧାନ ଶିକ୍ଷକ। ଆଉ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସୀମା ପାର […]
ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ପୂରା କମିଯିବ । କେଉଁଠି କେମିତି ଅସରାଏ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ଅଞ୍ଚଳରେ ବର୍ଷା ଆଶଙ୍କା ନାହିଁ । ୧୨ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୩ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଜିଲ୍ଲା ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡକୁ ଅରେଞ୍ଜ ୱାର୍ଣ୍ଣିଂ […]
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଢ଼ିଲା ବିବାଦ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା । ବିଦେଶରେ ଆୟୋଜିତ ହେଉଥିବା ଅସମୟର ରଥଯାତ୍ରାକୁ ନେଇ ଉଠାଇଲେ ଆପତ୍ତି । ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ନେଇ ପୁଣି ଥରେ ତେଜିଛି ବିବାଦ ।ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ରଥଯାତ୍ରା ନିର୍ଦ୍ଦିଷ୍ଟ ତିଥି ଓ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । ହେଲେ ଇସ୍କନ ପକ୍ଷରୁ ବିଭିନ୍ନ ଦେଶରେ ଭିନ୍ନ ସମୟରେ ରଥଯାତ୍ରା ଆୟୋଜନ […]
ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ମୃତ୍ୟୁ ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି କଲ୍ ଡିଟେଲରୁ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ […]
