ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।ଅନଲାଇନ୍ ରେ ନୋଟିସ ମଧ୍ୟ ଆସିଛି। ତେବେ କାର ଟି ଭଦ୍ରକରେ ଥିବା ସେ ସିସିଟିଭି ଫୁଟେଜରେ ଦେଖାଇଛନ୍ତି। କାରଟି ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ […]
ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ମୌସୁମୀ ବର୍ଷା ହୋଇଛି। ଏଲ୍ ନିନୋ ବର୍ଷ ହେଲେ ବି ସ୍ୱାଭାବିକ […]
ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି ବିମାନଟି ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ସହିତ ୟୁଏଇର ସାରଜାହଜରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି।ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁଯାୟୀ, ମଙ୍ଗଳବାର ସ୍ଥାନୀୟ ସମୟ ପ୍ରାୟ ରାତି ୯ଟା ୧୮ରେ କେ-୨ ଏୟାରୱେଜ୍ ବୋଇଂ ୭୩୭ କାର୍ଗୋ ବିମାନ […]
୫ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଏବେ ଘରକୁ ମଗାଇଲେ ଗ୍ରାହକଙ୍କୁ ଅଧିକ ଶୁଳ୍କ ଦେବାକୁ ହେବ। ହୋମ ଡେଲିଭେରୀ ପାଇଁ ଆପଣଙ୍କୁ ପ୍ରତି ରିଫିଲ ପିଛା ୨୫ ଟଙ୍କାର ଅତିରିକ୍ତ ଡେଲିଭରି ଶୁଳ୍କ ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ, ଛୋଟ ସିଲିଣ୍ଡରଗୁଡ଼ିକର ହୋମ ଡେଲିଭରିରେ ହେଉଥିବା ପରିବହନ ଖର୍ଚ୍ଚ (Transportation Cost) ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚକୁ ସନ୍ତୁଳିତ କରିବା ପାଇଁ ଏହି ସାମାନ୍ୟ ଶୁଳ୍କକୁ ବାଧ୍ୟତାମୂଳକ କରାଯାଇଛି। ତୈଳ କମ୍ପାନୀଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସେବା ପ୍ରଦାନ […]
ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ କଡ଼ା ଶାସ୍ତି । ଏନକାଉଣ୍ଟର କରି ମାରିଦେଲା ପୁଲିସ । ଗତକାଲି ରାତିରେ କୋଲକାତାର ବାରୁଇପୁର ଉପକଣ୍ଠରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ମଧ୍ୟରାତ୍ରିରେ, ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ଏହି ସମୟରେ, ସେ ପୋଲିସଠାରୁ ଏକ ବନ୍ଧୁକ ଛଡ଼ାଇ ପୋଲିସ ଉପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। […]
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଏକ ବାଲି ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ତେବେ ସେ ଲାଞ୍ଚ […]
ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର କଳାବାଦଲ । ଆମେରିକା ଏବଂ ଇରାନ ମଧ୍ୟରେ ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଏବେ ବିପଦରେ । ଇରାନ ବିରୋଧରେ ଆମେରିକା ପକ୍ଷରୁ ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ ହୋଇଯାଇଛି ।ଇରାନର ଚେତାବନୀ ମଧ୍ୟରେ ଓମାନ ଉପକୂଳ ନିକଟରେ ୩ଟି ବୃହତ ବାଣିଜ୍ୟିକ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ କିମ୍ବା ମିସାଇଲ ମାଡ଼ ହୋଇଥିଲା। ଏଥିମଧ୍ୟରେ କତାରର ଏଲ୍ ଏନ୍ ଜି ଟ୍ୟାଙ୍କର ‘ଅଲ୍-ରେକାୟାତ’ର ଇଞ୍ଜିନ ରୁମ୍ […]
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ରାମ ମନ୍ଦିରର ଦାନ ଚୋରି ମାମଲା କୋଟି କୋଟି ରାମ ଭକ୍ତଙ୍କ ଭାବନାକୁ କଠୋର ଆଘାତ ଦେଇଛି । ଏହି ମାମଲାରେ ବିବାଦ ଛନ୍ଦି ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପୟ ରାୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏବେ ପ୍ରଥମ ଥର ପାଇଁ ସେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ରାମଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରି ନିଜ ଉପରେ ଲାଗିଥିବା ସମସ୍ତ […]
ଓଡ଼ିଶା ସରକାର ତାଙ୍କର ବିଭିନ୍ନ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ (Special Portals) ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା, ଯେମିତି ଏକାଡେମିକ୍ ସମସ୍ୟା, ମାନସିକ ସମସ୍ୟା ବିଷୟରେ ଏହି ପୋର୍ଟାଲ୍ରେ ଅଭିଯୋଗ କରିପାରିବେ । ଏହି ପୋର୍ଟାଲ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ବିଭାଗୀୟ ଚିଠି ଅନୁଯାୟୀ, ସ୍କୁଲ […]
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ […]
ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ଏହା ହେବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ । ବୈତରଣୀରେ ଯେଉଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି ତାହା ସ୍ୱାଭାବିକ ହୋଇଯିବ । ସେପଟେ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ୁଥିବାବେଳେ […]
